The Ultimate Managed Hosting Platform
ADVERTISEMENT

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦମ୍ଭୋକ୍ତି, ବିଜେପି ସରକାର ଗଢିବ ଆଉ ଜୁନ ୧୦ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ବ୍ରହ୍ମପୁର : ବ୍ରହ୍ମପୁରରେ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଜୁନ୍ ୪ରେ ପ୍ରକାଶ ପାଇଁ ନିର୍ବାଚନ ରେଜଲ୍ଟ । ହେଲେ ଏହାର ଯଥେଷ୍ଟ ପୂର୍ବରୁ ଓଡିଶାରେ ବିଜେପି ସରକାର ଗଢିବ । ଏମିତି ଆସନ୍ତା ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି ମୋଦୀ । ଏଥିସହ ବିଜେଡି ସରକାର ଉପରେ ବର୍ଷିବା ସହ ଜୁନ୍ ୪ ତାରିଖ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ବୋଲି କହିଛନ୍ତି ମୋଦୀ ।ଆଜି ବ୍ରହ୍ମପୁରରେ ଆରମ୍ଭରୁ ବିଜେଡି ଉପରେ ବର୍ଷିଥିଲେ ମୋଦୀ । ସିଧାସଳଖ ରାଜ୍ୟ ସରକାରକୁ ତୀର ମାରିବା ସହ କହିଥିଲେ, ୪ ଜୁନରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ଲେଖାଯାଇଛି । ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ହେବ । ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ । ତେଣୁ ସେହି ଶପଥ ସମାରୋହରେ ସାମିଲ ହେବାକୁ ସମସ୍ତଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login