ବ୍ୟୁରୋ : ସାଗୁରେ ଫାଇବରର ମାତ୍ରା ସବୁଠୁ ଅଧିକ ଥାଏ । ତେଣୁ ସାଗୁ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ସମୟ ଧରି ଭୋକ ହୋଇ ନ ଥାଏ । ବ୍ରତ ଉପବାସରେ ସାଗୁକୁ ପାଣିରେ ବତୁଳାଇ ସେଥିରେ ଫଳ, ନଡିଆ , ଦହି ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଅନେକ ଲୋକ ଖାଇଥାନ୍ତି । ଏହା ଛଡା ସାଗୁରେ ଖେଚୁଡି ମଧ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସାଗୁରେ ପ୍ରସ୍ତୁତ ପରାଠା ର ରେସିପି କହିବୁ । ଯାହାକୁ ଆପଣ ଖୁବ କମ ସମୟରେ ପ୍ରସ୍ତୁତ କରି ବ୍ରତ ଦିନରେ ଖାଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ସାଗୁରେ ପରାଠା ତିଆରି କରିବା । ଏବଂ ଏହି ରେସିପି ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ଜାଣିବା ।
ଆବଶ୍ୟକ ସାମଗ୍ରୀ : ୧/୨ କପ ପାଣିରେ ବତୁଳାହୋଇଥିବା ସାଗୁ
୧/୨ ବାଦାମ ପାଉଡର
୨ଟି ସିଝା ଆଳୁ
୧ ଚାମଚ ଧନିଆ ପତ୍ର
ସ୍ୱାଦ ଅନୁସାରେ ଲୁଣ
୨ଟି କଟା ଯାଇଥିବା କଞ୍ଚାଲଙ୍କା
୧/୨ ମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ବଡ ପାତ୍ର ନିଅନ୍ତୁ । ସେଥିରୁ ଭିଜା ଯାଇଥିବା ସାଗୁ ଦାନା , ବାଦାମ ପାଉଡର ଆଳୁ , ଧନିଆ ପତ୍ର , କଞ୍ଚା ଲଙ୍କା ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ । ଏହା ପରେ ହାତରେ ଘିଅ ଲଗାଇ ଏହି ମିଶ୍ରଣକୁ ନେଇ ଗୋଲ କରି ପରାଠା ତିଆରି କରନ୍ତୁ । ଏହା ପରେ ପ୍ୟାନ ବସାଇ ଘିଅ ଦେଇ ହୋକୁ ସେକନ୍ତୁ । ଗୋଲଡେନ ରଙ୍ଗ ହୋଇଯିବା ପରେ ଅନ୍ୟ ଏକ ପାତ୍ରକୁ କାଢି ଆଣନ୍ତୁ । ଥଣ୍ଡା କରି ସାରିବା ପରେ ଦହି ସହ ଖାଆନ୍ତୁ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଶପଥ ନ୍ୟୁଜ ଏହାକୁ ନିଶ୍ଚିତ କରେ ନାହିଁ।)
ବ୍ରତ ଓ ଉପବାସରେ ପ୍ରସ୍ତୁତ କରି ଖାଆନ୍ତୁ ସାଗୁଦାନା ପରାଠା , ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ପରଫେକ୍ଟ କମ୍ବିନେସନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











