ବ୍ୟୁରୋ : ଜାମୁକୋଳି ଏକ ପୁଷ୍ଟିକର ଫଳ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍, କ୍ୟାଲସିୟମ୍ ଭରପୂର ଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ଅନ୍ୟାନ୍ୟ ପୋଷକ ତତ୍ବ ମଧ୍ୟ ରହିଥାଏ । ଯେପରିକି ଫାଇବର, ଫୋଲିକ୍ ଏସିଡ୍, ଫ୍ୟାଟ୍, ପ୍ରୋଟିନ୍, ସୋଡିୟମ୍, ରାଇବୋଫ୍ଲାଭିନ, ଥିଏମାଇନ୍, କାରୋଟିନ୍ ଇତ୍ୟାଦି ।ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଜାମୁ କୋଳି ବର୍ଷା ଦିନେ ହୋଇଥାଏ । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ବାରା ଅନେକ ଫାଇଦା ମଧ୍ୟ ମିଳିଥାଏ । ଏହା ଦେହ ପାଇଁ ବହୁତ ହିତକର ହୋଇଥାଏ । ଏଥି ସହ ଜାମୁ କୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଆପଣମାନେ ଜାଣିରଖନ୍ତୁ ଯେ, ଜାମୁକୋଳିର ରସ ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇନଥାଏ । ଡାଇରିଆ ରୋଗରୁ ଉପସମ ମଧ୍ୟ ମିଳିଥାଏ ।
ଯଦି ପେଟରେ କୌଣସି ସମସ୍ୟା ହୋଇଥାଏ, ଜାମୁକୋଳି ଖାଇବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ । ଜାମୁକୋଳି ମଞ୍ଜୀର ଗୁଣ୍ଡକୁ ଦହି କିମ୍ବା ପାଣିରେ ମିଶାଇ ପିଇବା ଦ୍ବାରା ଏହି ରୋଗରୁ ଉପସମ ମଧ୍ୟ ମିଳିଥାଏ । ଭିନେଗାରରେ ଜାମୁ କୋଳିକୁ ଭିଜାଇ ପ୍ରତିଦିନ ସକାଳ ଓ ସଞ୍ଜରେ ଖାଇବା ଦ୍ବାରା ପିତ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଏଥିରୁ ଆପଣଙ୍କୁ ଲୌହ ,କ୍ୟାଲସିୟମ୍ଅ,ପ୍ରୋଟିନ,ଫାଇବର ଓ କାର୍ବୋହାଇଡ୍ରେଟ ଆଦି ପୋଷଣ ମିଳିଥାଏ । ଏହା ଆପଣଙ୍କର ବ୍ରଣ ସମସ୍ୟାର ସମାଧାନ କରିଥାଏ । ଯଦି ଆପଣଙ୍କର ବ୍ରଣଜନିତ କିଛି ସମସ୍ୟା ଥାଏ, ଆପଣ ଏହି ପତ୍ରର ରସକୁ ମୁଁହରେ ଲଗାଇପାରିବେ ।ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁକୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ । ଏହିପରି ଶରୀରରେ ଅନେକ ପ୍ରକାରର ସମସ୍ୟାକୁ ବହୁତ ସହଜରେ ଦୂର କରିଥାଏ ଜାମୁକୋଳି ।
ବ୍ରଣ ସମସ୍ୟାକୁ ଦୂର କରେ ଜାମୁକୋଳି !

Facebook
Twitter
LinkedIn
Facebook
Twitter
LinkedIn
Recent News
ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ପୁରୀ : କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ...
ଆଇଇଡି ବିସ୍ଫୋରଣ , ଜଣେ ଏଏସପି ଯବାନ ସହିଦ
ମାଲକାନଗିରି : ଆଇଇଡି ବିସ୍ଫୋରଣରେ କୋଣ୍ଚା ଏଏସପି ସହିଦ । ସୁକୁମା ଜିଲ୍ଲା କୋଣ୍ଟା-ଏରାବୋରା ରାସ୍ତାରେ ବିସ୍ଫୋରଣ । କୋଣ୍ଟା ଏଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ...
କାର-ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ସାଲେପୁର : କାର-ବାଇକ ମୁହାଁ ମୁହିଁ ଧକ୍କା । ଏଭଳି ଘଟଣା ଘଟିଛି କଟକ ସାଲେପୁର ସପନପୁର ଛକ ନିକଟରେ । ସୂଚନା ମୁତାବକ, ଏକ କାର...
ଚଳନ୍ତା ଟ୍ରେନରୁ ଖସି ୫ ଜଣଙ୍କର ଚାଲିଗଲା ଜୀବନ
ମୁମ୍ବାଇ : ମୁମ୍ବାଇର ଥାଣେ ଅଞ୍ଚଳରେ ଟ୍ରେନ ଟ୍ରାକକୁ ଖସିପଡିଲେ । ଟ୍ରେନରୁ ଖସି ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । ଟ୍ରେନରୁ ଅନେକ ଯାତ୍ରୀ...