କଟକ : ବିସ୍କୁଟ କା୍ରକାନାରେ ଭୟଙ୍କର ଅଗ୍ନିକାଣ୍ଡ । ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭାଇବାକୁ ଉଦ୍ୟମ । ଚାଉଳିଆଗଞ୍ଜ ଏବଂ କଟକ ଫାୟାର ଷ୍ଟେସନର ଦୁଇଟି ଟିମ୍ ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି । ଆଜି ସକାଳେ ବିସ୍କୁଟ୍ କାରଖାନା ନିଆଁ ଲାଗିଯାଇଥିଲା । ନିଆଁ ଦେଖି କାରଖାନାର କର୍ମଚାରୀ ଅଗ୍ନିଶମ ବାହିନୀଙ୍କୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହି ଅଘଟଣରେ କୌଣସି କର୍ମଚାରୀଙ୍କ କିଛି କ୍ଷୟ କ୍ଷତି ହୋଇନାହିଁ । ହେଲେ ନିଆଁ ଲାଗି କାରାଖାନାରେ ଥିବା ବିସ୍କୁଟ ଗୁଡ଼ିକ ଜଳିଯାଇଛି। ତେବେ କାରାଖାନାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।
Views: 58