ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ । ଭାରତ ସହ ଅଷ୍ଟ୍ରେଲିଆ , ଜର୍ମାନୀ, ଆମେରିକା , ୟୁକେରେ ସେବା ଠପ୍ । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କି ସେବା, ସପିଂ ମଲରେ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । କଂପ୍ୟୁଟରରେ ଏକ ବ୍ଲ୍ୟୁ ସ୍କ୍ରିନ ଏରର ଦେଖଉଛି। ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ ଜେଟ୍ ଭଳି ବିମାନ କମ୍ପାନୀ ସେବା ପ୍ରଭାବିତ ହୋଇଥିବା ନେଇ ଏକ୍ସରେ ସ୍ପଷ୍ଚୀକରଣ ରଖିଛନ୍ତି । ଯାତ୍ରୀଙ୍କୁ ଧୈର୍ୟ୍ୟ ଧରିବାକୁ ବିମାନ କଂପାନୀ ପକ୍ଷରୁ ନିବେଦନ କରାଯାଇଛି । ମାଇକ୍ରୋସଫ୍ଚ ମଧ୍ୟ ଏହାକୁ ନେଇ ବିବୃତି ଜାରି କରିଛି। ଜରୁରୀକାଳୀନ ଭାବେ ସମସ୍ୟାକୁ ଗୁରୁତର ସହ ନିଆଯାଇ ସମସ୍ୟାର ସମାଧାନ କରାଯାଉଥିବା କୁହାଯାଇଛି । କଣ ସମସ୍ୟା ହୋଇଛି ଏହାର କାରଣ ଖୋଜାହେଉଛି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।
Views: 72











