ନୂଆଦିଲ୍ଲୀ : କର୍ଣ୍ଣାଟକରେ ୮୫ ବର୍ଷୀୟ ମହିଳାଙ୍କ ମୃତଦେହ ସହିତ ଦୁଷ୍କର୍ମ । ଅଭିଯୁକ୍ତ ଜଣକ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୃଦ୍ଧା ଜଣକ ତାଙ୍କୁ ବିରୋଧ କରିବାରୁ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ । ଏହା ପରେ ଶବ ସହିତ ଦୁଷ୍କର୍ମ କରିଥିଲେ । ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପୋଲିସ ସୂଚନା ଅନୁସାରେ, ୮୫ ବର୍ଷୀୟ ବୃଦ୍ଧା ଜଣକ ଏପ୍ରିଲ ୧ ତାରିଖରେ ଅରସିକେର ଅଞ୍ଚଳର ଏରେହଲ୍ଲୀ ଗାଁ ନିକଟରେ ଥିବା ଏକ ଖେତରେ କାମ କରିବାକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ଘର ଲୋକେ ୨ ଏପ୍ରିଲରେ ଥାନାରେ ମାମଲା ରୁଜୁ କରାଇଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଖୋଜାଖୋଜି ଆରମ୍ଭ କରିବା ପରେ ୨ ଏପ୍ରିଲରେ ମହିଳାଙ୍କ ନଗ୍ନ ମୃତଦେହ ବିଲ ପାଖରେ ଥିବା ଏକ ଶୂନଶାନ ସ୍ଥାନରୁ ପାଇଥିଲା । ଯାହାର ମୁଣ୍ଡ ପଥରରେ ଛେଚା ହୋଇଥିଲା । ପୋଲିସ ଛାନଭିନରୁ ଜାଣିବାକୁ ପାଇଲା କି, ଅଭିଯୁକ୍ତ ଜଣକ ଘଟଣା ସ୍ଥଳରେ ବାଇକ ଧରି ବୁଲୁଥିଲା । ତେଣୁ ପୋଲିସ ସନ୍ଦେହ କରି ୩୨ ବର୍ଷୀୟ ମିଥୁନ କୁମାରକୁ ଅଟକ ରଖି ପଚରାଉଚରା କରିବାରୁ ସତ ଜାଣିବାକୁ ପାଇଥିଲା । ମହିଳା ଜଣକ ବିଲକୁ କାମ ପାଇଁ ଯାଇଥିବା ବେଳେ ଘର ପାଖର ଯୁବକ ଜଣକ ବାଇକ୍ ଯୋଗେ ତାଙ୍କୁ ନେବା ପାଇଁ ଡାକିଥିଲେ । ମହିଳା ଜଣକ ଯୁବକକୁ ଜାଣିଥିଲେ ବୋଲି ବାଇକରେ ବସି ଯାଇଥିଲେ । ଯୁବକ ଜଣକ ମହିଳାଙ୍କୁ ଘରକୁ ନେବା ପରିବର୍ତ୍ତେ ପାଖରେ ଥିବା ଏକ ବିଲକୁ ନେଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ବୃଦ୍ଧା ଜଣକ ନ ମାନିବାରୁ ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ଥାନାଧିକାରୀ ରାଘବେନ୍ଦ୍ର ପ୍ରକାଶ କହିଛନ୍ତି, ‘ ଆରମ୍ଭରୁ ଅଭିଯୁକ୍ତ ବିଷୟରେ ଆମକୁ କୌଣସି ସୂଚନା ନଥିଲା। କିନ୍ତୁ ଆମେ ତାଙ୍କୁ ଗିରଫ କରିବାର ସକ୍ଷମ ହୋଇଥିଲୁ ।
ବିଲରୁ ମିଳିଛି ୮୫ ବର୍ଷୀୟ ବୃଦ୍ଧାଙ୍କ ମୃତଦେହ, ହତ୍ୟା କରିବା ପରେ ଶବ ସହ ଦୁଷ୍କର୍ମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...