ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁର ଚିନ୍ତାଜନକ ପ୍ରସଙ୍ଗ ବୁଧବାର ଦିନ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ହାତୀ ପ୍ରାଣ ହରାଇଛନ୍ତି। ପଶ୍ଚିମ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ହାତୀଙ୍କର ମୃତ୍ୟୁ ଘଟିଛି। କେବଳ ଏହି ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ୧୭ ହାତୀଙ୍କ ମୃତ୍ୟୁ ହୋଇଛି। ସରକାରୀ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ବର୍ଷରେ ସର୍ବାଧିକ ହାତୀ ମୃତ୍ୟୁ ଘଟିଛି। ଏପର୍ୟ୍ୟନ୍ତ ୧୧ ହାତୀଙ୍କ ମୃତ୍ୟୁ ରିପୋର୍ଟ ହୋଇଛି।
Views: 23