ନୀଳଗିରି : ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଲୁ ମୃତ । ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ଭାଲୁ ମୃତା ମହୁ ଖାଇବା ଆଶାରେ ଯାଇ ବିଦୁ୍ୟତ ଆଘାତରେ ଗଲା ଜୀବନ । ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲାସାହିରେ ପଶିଥିଲା ।ନିକଟରେ ଥିବା ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଚଢିଥିବା ବେଳେ ଖସିପଡି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରେ ପଡିଥିଲା । ସକାଳୁ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସ ଫର୍ମରରରୁ ବାହାର କରି ବନ ବିଭାଗକୁ ହସ୍ତାନ୍ତର କରିଛି । ସେପଟେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 19