The Ultimate Managed Hosting Platform
ADVERTISEMENT

ବିଦେଶିନୀଙ୍କ ପ୍ରେମରେ କ୍ରିକେଟର ଶିଖର ଧୱନ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରେମରେ ପଡିଛନ୍ତି କ୍ରିକେଟର ଶିଖର ଧୱନ । ପତ୍ନୀଙ୍କ ଠାରୁ ଅଲଗା ହେବା ପର ଏବେ ପ୍ରେମରେ ପଡିଛନ୍ତି । ଚାମ୍ପିଅନ୍ସ ଟ୍ରଫି-୨୦୨୫ ସମୟରେ ଧୱନଙ୍କୁ ଜଣେ ରହସ୍ୟମୟୀ ମହିଳାଙ୍କ ସହିତ ବସିଥିବାର ଦେଖାଯାଇଥିଲା। ତା’ପରେ ଦାବି କରାଯାଇଥିଲା ଯେ ମହିଳାଙ୍କ ନାମ ସୋଫି ସାଇନ୍, ଯିଏ ଆୟରଲ୍ୟାଣ୍ଡର ନାଗରିକ। ଏବେ, ଏକ ନୂତନ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଧୱନଙ୍କୁ ଏକ ସୋ’ରେ ତାଙ୍କ ପ୍ରେମିକାଙ୍କ ବିଷୟରେ ପଚରାଯାଉଛି। ପ୍ରଶ୍ନର ସେ ସିଧା ସଳଖ ଉତ୍ତର ଦେଇନଥିଲେ ବି କଥା କଥାରେ ସେ ନିଜ ସମ୍ପର୍କକୁ ସ୍ବୀକାର କରୁଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ସୋ’ର ହୋଷ୍ଟ ଧୱନଙ୍କୁ ତାଙ୍କ ପ୍ରେମିକାଙ୍କ ନାମ ପଚାରୁଛନ୍ତି। ପ୍ରଶ୍ନ ଶୁଣି, ସେ କହୁଛନ୍ତି, “ମୁଁ ଏବେ ତାଙ୍କ ନାମ ପ୍ରକାଶ କରିବି ନାହିଁ। କିନ୍ତୁ ଏ ହଲ୍ରେ ଉପସ୍ଥିତ ସବୁଠାରୁ ସୁନ୍ଦର ଝିଅ ହେଉଛି ମୋ ପ୍ରେମିକା।” ଏହା ପରେ କ୍ୟାମେରା ଚେୟାରରେ ବସିଥିବା ସୋଫିଙ୍କୁ ଫୋକସ କରୁଛି। ଏହି ଭିଡିଓ ଭାଇରାଲ ହେବା ପରେ ଶିଖରଙ୍କ ପ୍ରଶଂସକ ନିଜର ଖୁସି ଜାହିର କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login