ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଲେ ସ୍ୱାଗତ । ନୂଆପଡାରେ ଇତିହାସ ସୃଷ୍ଟି ହୋଇଛି କହିଲେ ମନମୋହନ । ସମସ୍ତଙ୍କ ପରିଶ୍ରମରୁ ଏହି ବଡ ସଫଳତା ମିଳିଛି । ବିଜୟ ଉତ୍ସବରେ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ । ଏହି ବିଜୟ ନୂଆପଡାବାସୀଙ୍କ ବିକାଶର ବିଜୟ କହିଲେ ଢୋଲକିଆ । ନୂଆପଡାର ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ । ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଦଳ ପରିବର୍ତ୍ତନ କଣ ବେଇମାନ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ବେଇମାନ କହିଥିବାରୁ ଭୋଟରେ ଉଚିତ ଜବାବ ଦେଲେ ନୂଆପଡାବାସୀ । ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳର ଏହି ବିଧାନସଭା ଆସନକୁ ୧୧ ବର୍ଷ ପରେ ବିଜେପି ନିଜ ଦଖଲକୁ ନେଇଛି। ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ବିଜେଡିର ଗଡ଼ କୁହାଯାଉଥିବା ଏହି ଆସନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି। ଘାସିରାମ ମାଝୀ ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପାଇଥିବା ଭୋଟ ତୁଳନାରେ ଏଥର କମ୍ ପାଇଥିଲେ ବି ଏଥର କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି। ଜୟ ଢୋଲକିଆଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







