ଭୁବନେଶ୍ୱର : ପୋଲିସ ଏସଆଇଙ୍କୁ ମାଡ ଘଟଣା । ୨ ଜଣ ଗିରଫ ହୋଇଛନ୍ତି । ୨ ଅଭିଯୁକ୍ତଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଗତ ଗୁରୁବାର ରାତିରେ ଭରତପୁର ଥାନା ରମଣୀ ସାହିରେ ଏକ ଘର ଭଡ଼ା ବିବାଦକୁ ନେଇ ପୋଲିସ ପହଞ୍ଚିଥିଲା । ଗଣ୍ଡଗୋଳ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ପିସିଆର ଡ୍ୟୁଟିରେ ଥିବା ପୋଲିସ । ଏସଆଇ ପ୍ରଫୁଲ୍ଲ ପରିଡାଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ ଅଭିଯୁକ୍ତ । ଘର ମାଲିକ ଟଙ୍କା ମାଗିବାକୁ ନେଇ ହୋଇଥିଲା ଗଣ୍ଡଗୋଳ । ବୁଝାସୁଝା ପାଇଁ ଯାଇଥିବା ପୋଲିସ ଏସଆଇଙ୍କୁ ମାଡ ମାରିଥିଲେ ଅଭିଯୁକ୍ତ । ଆକ୍ରମଣ ଘଟଣାରେ ସମ୍ପୃକ୍ତ କିନ୍ନରଙ୍କୁ ଖୋଜୁଛି ପୋଲିସ ।
Views: 102











