The Ultimate Managed Hosting Platform
ADVERTISEMENT

‘ବିଗ୍ ବସ୍’ର ଆଗାମୀ ସିଜନ୍‌କୁ ଆଉ ହୋଷ୍ଟ୍ କରିବେ ନାହିଁ ସଲମାନ୍ ଖାନ

Facebook
Twitter
LinkedIn

ଟିଭି ଶୋ’ ଭିତରେ ‘ବିଗ୍ ବସ୍’ ଏକ ଲୋକପ୍ରିୟ ରିୟଲିଟି ଶୋ’। ଏହି ଶୋ’କୁ ଦେଖିବାକୁ ପ୍ରତିବର୍ଷ ଲୋକମାନଙ୍କର ଅପେକ୍ଷା ରହିଥାଏ। ଦୀର୍ଘଦିନ ଧରି ଏହି ଶୋ’କୁ ସଲମାନ ଖାନ୍ ହୋଷ୍ଟ୍ କରି ଆସୁଛନ୍ତି। ଭାଇଜାନଙ୍କ ପ୍ରଶଂସକମାନ ମଧ୍ୟ ଏହାକୁ ସପୋର୍ଟ କରିଆସୁଛନ୍ତି। ଅନେକ ଲୋକ ତ ଏଥିରେ କେବଳ ସଲମାନଙ୍କ ମସ୍ତିକୁ ଦେଖିବା ପାଇଁ ଏହି ଶୋ’କୁ ଦେଖିବାକୁ ପସନ୍ଦ କରନ୍ତି। ଏହିମାନଙ୍କ ପାଇଁ ଦୁଃଖ ଖବର ଯେ ଖୁବ ଶୀଘ୍ର ସଲମାନ୍ ଖାନ ଏହି ଶୋ’ରୁ ଦୂରେଇ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଶୋ’ ସହିତ ସଲମାନ ଖାନ ଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି। ତେବେ ଏହି ଶୋ’ ପାଇଁ ସଲମାନ ଖାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ‘ବିଗ୍ ବସ୍’ ପ୍ରତିଯୋଗୀମାନେ ମଧ୍ୟ ‘ୱିକେଣ୍ଡ୍ କା ୱାର୍‌’ରେ ସଲମାନଙ୍କୁ ଦେଖିବାକୁ ବହୁତ ଆଗ୍ରହୀ ଥାଆନ୍ତି। କିନ୍ତୁ ସଲମାନ ଖାନଙ୍କ ସ୍ଥାନରେ ଆଉ ଜଣେ ଷ୍ଟାର୍‌ଙ୍କୁ ବଛାଯାଇଥିବା ଚର୍ଚ୍ଚା ହେଉଛି।

ଜାନୁୟାରୀ ୧୨, ୨୦୨୩ରେ ସଲମାନ ଖାନଙ୍କ ‘ବିଗ୍ ବସ୍’ ସହିତ ଚୁକ୍ତି ଶେଷ ହେଉଛି। ଏଭଳି ପରିସ୍ଥିତିରେ ଯଦି ସଲମାନ ଏହା ଉପରେ କୌଣସି ବିଚାର ନକରନ୍ତି, ତେବେ ‘ବିଗ୍ ବସ୍’ରେ ଏହି ଅଭିନେତାଙ୍କ ଯାତ୍ରା ଶେଷ ହୋଇଯିବ। ଆଜିକାଲି ଏହି ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login