ନୂଆଦିଲ୍ଲୀ : ଭାରତର ବଡ କୂଟନୈତିକ ବିଜୟ । ଫେରିଲେ ଯବାନ । ବିଏସଏଫ କନଷ୍ଟେବଳଙ୍କୁ ଛାଡିଲା ପାକିସ୍ତାନ । ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ସଙ୍କୁ ଛାଡିଲା ପାକିସ୍ତାନ । ୨୦ ଦିନ ପରେ ମୁକ୍ତ କଲେ ପାକିସ୍ତାନ ରେଞ୍ଜର୍ସ । ଅଟାରି –ୱାଘା ସୀମା ଦେଇ ଭାରତ ଫେରିଲେ । ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ । ଏପ୍ରିଲ ୨୩ରୁ ପାକିସ୍ତାନରେ ଅଟକ ଥିଲେ କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ । ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସ’ଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ । ଗତ ୨୧ ଦିନ ଭିତରେ ପିକେ ସ’ଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଛନ୍ତି କିନ୍ତୁ ପାକ୍ ତରଫରୁ କୌଣସି ଉତ୍ତର ଆସିନଥିଲା ।
Views: 43