ମୁମ୍ବାଇ : ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ନ୍ୟାସନାଲ୍ ଆୱାର୍ଡ ଗ୍ରହଣ କରିଛନ୍ତି । ଏହି ଦିନଟି ଆଲିଆଙ୍କ ପାଇଁ ବହୁତ ସ୍ପେଶାଲ । ସେଥିପାଇଁ ସେ ଏକ ସ୍ପେଶାଲ ଆଉଟଫିଟ୍ ମଧ୍ୟ ବାଛିଥିଲେ । ତେବେ ଏହି ସମାରୋହରେ ନିଜ ବାହାଘରର ଶାଢୀ ପିନ୍ଧି ନ୍ୟାସନାଲ୍ ଆୱାର୍ଡ ନେବାକୁ ପହଞ୍ଚିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ଏକ ଧଳା ରଙ୍ଗର ଶାଢୀ ପିନ୍ଧିଥିଲେ । ଏହାକୁ ସେ ନିଜ ବିବାହରେ ମଧ୍ୟ ପିନ୍ଧିଥିଲେ । ଏହି ଶାଢୀ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିଲା । ଏହି ଶାଢୀ ସହ ଆଲିଆ ଚୋକର ନେକଲେସ୍ ଏବଂ ସ୍ଟଡ୍ ଇୟରରିଙ୍ଗ ପିନ୍ଧିଥିଲେ । ନିଜ ଲୁକ୍କୁ କମ୍ପ୍ଲିଟ୍ କରିବା ପାଇଁ ସେ ଏକ ଲାଲ୍ ବିନ୍ଦି ଏବଂ କେଶରେ ଧଳା ଗୋଲାପ ମଧ୍ୟ ଲଗାଇଥିଲେ । ପୁରା ଲୁକ୍ ରେ ଆଲିଆ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଫ୍ୟାନ୍ସମାନେ ଆଲିଆଙ୍କ ଏହି ଲୁକ୍କୁ ବହୁତ ପସନ୍ଦ କରିଛନ୍ତି । ଆଲିଆ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହିତ ଏହି ଇଭେଣ୍ଟରେ ପହଞ୍ଚିଥିଲେ ।
ବାହାଘର ଶାଢୀ ପିନ୍ଧି ଆୱାର୍ଡ ନେଲେ ଆଲିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











