ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷୁଛି ନିଆଁ । ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୬ ଡ଼ିଗ୍ରୀ ଛୁଇଁଛି ତାତି। ବାଲେଶ୍ୱରର ତାପମାତ୍ରା ସର୍ବୋଚ୍ଚ ରହିଛ। ବାଲେଶ୍ୱରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ ଡିଗ୍ରୀ ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦ ରେ ୪୫ ଡ଼ିଗ୍ରୀ ରେକର୍ଡ ହୋଇଥିଲା ।
Views: 107