ବାଲେଶ୍ୱର : ଯାଜପୁର ପରେ ଏବେ ବାଲେଶ୍ୱରରେ କାୟା ମେଲାଇଲାଣି ଡାଇରିଆ । ଝାଡାବାନ୍ତିରେ ଗଲା ମହିଳାଙ୍କ ଜୀବନ । ସୋର ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅନ୍ୟପଟେ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି,’ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବ । ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ହେବ ।
Views: 25