ବାଲୁଗାଁ : ଗୁଣ୍ଡରପୁର ଛକରେ ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ବିଳମ୍ବିତ ରାତିରେ ଗଣ୍ଡଗୋଳ , ୨ଟି ବାଇକ ପୋଡିଦେଲେ । ଟେକା ପଥର ମାଡରେ ୨ ଗୋଷ୍ଠୀର ୬ ଜଣ ଆହତ । ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୋରମ ମାଟି ଗାଡିକୁ କେନ୍ଦ୍ର କରି ପ୍ରଥମେ ବଚସା, ପରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଗୁଣ୍ଡୁରୁପୁରୁ ଛକରେ କିଛି ବାଇକ ଜାଳିଦେବା ସହିତ ସାହି ଭିତରେ ପଥର ମାଡ଼ କରିଛନ୍ତି ।.ଏହାପରେ ଖୋର୍ଦ୍ଧା ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ସେପଟେ ଗୋଷ୍ଠୀ ସଂଘର୍ଷ ପରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ । ସ୍ଥିତି ଉପରେ ନଜର ରଖିଛି ପୋଲିସ ପ୍ରଶାସନ । ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି। ଖୋର୍ଦ୍ଧା ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି ।
Views: 89











