The Ultimate Managed Hosting Platform
ADVERTISEMENT

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

Facebook
Twitter
LinkedIn

ବ୍ୟୁରୋ : ନାରୀ .. ସେ ଅନନ୍ୟା , ଅନିନ୍ଦିତା । ନାରୀ ହେଉଛି ସ୍ରଷ୍ଟାଙ୍କର ଚମକôାର ସୃଷ୍ଟି । ନାରୀ ବିନା ପ୍ରତିଟି ଦିଗ ଯେପରି ଅସମ୍ପୁର୍ଣ୍ଣ । ସେ କେବେ ମାର ପଣତ କାନି ତ ଆଉ କେବେ ଭାଇ ହାତର ରାକ୍ଷୀ । ପୁଣି କେବେ ଘରର ଘରଣୀ ତ ପୁଣି ବୟସ ନିର୍ବିଶେଷରେ ଜନନୀ । ନାରୀ ହେଉଛି ସ୍ନେହମୟୀ, ସର୍ବଂସହା ଆଉ ସ୍ୱୟଂ ସିଦ୍ଧା । ଆଜିର ଦିନ ଅର୍ଥାତ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି ।
ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ଆଗୁଆ ଭୂମିରୁ ଆକାଶ ଯାଏଁ ତାର ଯାତ୍ରା ଆଜି ସଫଳ ହୋଇଛି । ନୃତ୍ୟ ସଙ୍ଗୀତ ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣୀ ଆଜିର ନାରୀ । ନାରୀ କେବେ ସ୍ନେହମୟୀ ତ କେବେ ଶତ୍ରୁ ପାଇଁ ସଂହାରିଣୀ ।
ନାରୀ କେବଳ ଘରର ଆଲୋକ ନୁହେଁ ସମସ୍ତଙ୍କ ପାଇଁ ସାଜିଛି ଆଲୋକମୟୀ ଧାରା । ନାରୀ ମାନଙ୍କର ସମ୍ମାନ ସ୍ୱାଧୀନତା ଏବଂ ସମାନ ଅଧିକାର ଏକସଂସଗଠିତ ଏବଂ ସୁନ୍ଦର ଭବିଷ୍ୟତ ଗଠନ କରିପାରେ । କେବଳ ନାରୀ ପୁରୁଷ ରେ ଭେଦଭାବ ନୁହେଁ ପୁରା ସମାଜ ପାଇଁ ଉଭୟଙ୍କ ଆବଶ୍ୟକତା ନିହାତି ଗୁରୁତ୍ବ ବହନ କରେ , ସମାଜକୁ କେବଳ ମୁଁ ରେ ନୁହେଁ ଆମେ ରେ ଗଢିବା , ପ୍ରତିକ୍ଷେତ୍ରରେ ଅନ୍ୟାୟ ଅତ୍ୟାଚାର କୁ ବିରୋଧ କରିବା ଆହୁରି ମଧ୍ୟ ଅନେକ ଅନେକ କ୍ଷେତ୍ରରେ ଦେଖାଯାଇଛି ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ନାରୀ ମାନେ ସେମାନଙ୍କର ଚଲାପଥରେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିବା । କେବଳ ସହରର ମହିଳା ମାନେ ନୁହଁନ୍ତି ଗାଁର ପ୍ରତ୍ୟେକଟି ମହିଳା ଆଗକୁ ବଢିବା ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login