ଚାନ୍ଦବାଲି : ବାପା, ମାଆଙ୍କୁ ହାଣିଦେଲା ପୁଅ । ଦୁହେଁ ଏବେ ଗୁରୁତର ହୋଇଛନ୍ତି । ଚାନ୍ଦବାଲି ଥାନା ତଳବନ୍ଧ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା, ମାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହରୁ ହାଣିଥିବା ସୂଚନା ରହିଛି । ଗାଁର ମନୋଜ ନାୟକ ବିଳମ୍ବିତ ରାତିରେ ବାପା ମଧୁସୂଦନ ନାୟକ ଓ ମାଆ ମାଧୁରୀ ନାୟକଙ୍କୁ ଅତର୍କିତ ଆକ୍ରମଣ କରି ଫେରାର ମାରିଛି । ଖେରଙ୍ଗ ସରପଞ୍ଚ ଓ ଅନ୍ୟ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମତୋ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 37











