ବିନିକା : ବ୍ରିଜ ଉପରୁ ଖସିଲା ବାଇକ । ଯୁବକଙ୍କ ଚାଲିଗଲା ଜୀବନ । ବେଲପଡା ଛକ ନିକଟ ମଗରକୁନ୍ଦା ବ୍ରିଜ ଉପରୁ ଖସିପଡିଲେ । ଭାରସାମ୍ୟ ହରାଇ ବାଇକ ସହ ଖସିପଡିଥିବା ସୂଚନା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ମୃତ ଯୁବକ ହେଲେ ଯୁଦ୍ଧମନ୍ୟୁ ଦୁଆରି । ଯୁଦ୍ଧମନ୍ୟୁ ସବୁଦିନ ପରି ଘରୁ ଖାଇସାରି ନିଜ କାମକୁ ବାହାରିଯାଇଥିଲେ । ବାଟରେ ଗଲା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେଳପଡା ମଗରକୁନ୍ଦା ପୋଲ ପଡିଥାଏ ଆଉ ସେହି ପୋଲ ଆଜି ତାଙ୍କ ଜୀବନ ନେଇଯାଇଛି । ଯୁଦ୍ଧମନ୍ୟୁ ଦୁଆରି ଗତକାଲି ଘରୁ ଖାଇ ସାରିବା ପରେ ବିନିକା ପଟରୁ ରାମପୁର ପଟକୁ ଏକ ଧାନମିଲକୁ କାମ କରିବାକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଖବରପାଈଁ ପୋଲ ତଳୁ ବାଇକ ଚାଳକଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
ବ୍ରିଜରୁ ଖସିଲା ବାଇକ ; ଯୁବକ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







