The Ultimate Managed Hosting Platform
ADVERTISEMENT

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

Facebook
Twitter
LinkedIn

ୟୁପି : ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏଭଳି ଦୁର୍ଘଟଣା ଆଜି ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ଅନେକ ଲୋକ ଖଣ୍ଡବିଖଣ୍ଡିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ୩ଟି ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରାଯାଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଦେଓବନ୍ଦର ମୁଜଫରନଗ ଜଙ୍ଗଲର ବାଣ କାରଖାନାରେ ଆଗି ସକାଳ ପ୍ରାୟ ୬ଟା ସମୟରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଗାଁର ଆଖପାଖ ଲୋକ ଘଟଣା ଜାଣିବା ପାଇଁ ସେଠାରେ ପହଞ୍ଚିଥିଲେ । ବିସ୍ଫୋରଣ ଧୁଆଁରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗାଁଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କ ଖଣ୍ଡବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ । ବିସ୍ଫୋରଣ ଏକ ଷଡଯନ୍ତ୍ର ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାଫଳରେ ଗାଁଲୋକ ରାସ୍ତାକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ମୃତ ଦେହ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login