ରେଢାଖୋଲ : ବାଘ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ । ନାକଟିଦେଉଳ ରେଞ୍ଜ ସାହେବି ଗାଁରେ କଲରାପତରିଆ ବାଘ ଆତଙ୍କ । କଲରାପତରିଆ ବାଘ ଆକ୍ରମଣ କରିଥିବା ଗ୍ରାମବାସୀଙ୍କ ଅଭିଯୋଗ । ମୃତକଙ୍କ ନାଁ ସାଦ ମୁଣ୍ଡା । ସାଦ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହେଉଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ଗାଁ ଜଙ୍ଗଲରେ ବାଘ ଥିବା ଖବର ଜାଣିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି ।
Views: 43