ନୂଆଦିଲ୍ଲୀ : ବାଗେଶ୍ବର ଧାମର ଅଭାବନୀୟ ଘଟଣା । ତମ୍ବୁ ତଳେ ଠିଆ ହୋଇଥିବା ତମ୍ବୁ ଭୁଶୁଡି ପଡିଛି । ଫଳରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଗୁରୁବାର ସକାଳ ପ୍ରାୟ ୭ଟାରେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ଆହତମାନଙ୍କୁ ଛତରପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଉତ୍ତର ପ୍ରଦେଶର ଜିଲ୍ଲା ବସ୍ତିର ଚୌରୀ ସିକନ୍ଦରପୁରରେ ରହୁଥିବା ରାଜେଶଙ୍କ ଶ୍ୱଶୁର ଶ୍ୟାମଲାଲ କୌଶଲ(୫୦) । ପରିବାରର ୬ଜଣ ସଦସ୍ୟ ରାତିରେ ବାଗେଶ୍ବର ଧାମ ଆସିଥିଲେ । ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ତମ୍ବୁଟି ପଡ଼ିଥିଲା । ସେହି ସମୟରେ ଲୁହା ଆଙ୍ଗଲ୍ ତାଙ୍କ ଶ୍ୱଶୁର ଶ୍ୟାମଲାଲଙ୍କ ମୁଣ୍ଡରେ ବାଜିଥିଲା । ଯାହା ଦ୍ବାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୮ଜଣ ଆହତ ହୋଇଥିଲେ ।
Views: 19