ଉମରକୋଟ ( ବିଶ୍ୱଜିତ ମଲ୍ଲିକ) : ନବରଙ୍ଗପୁର ଜ଼ିଲ୍ଲା ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଗୁରୁକୃପା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚାଯାତ୍ରା ଉପଲକ୍ଷେ ଭକ୍ତି ସଙ୍ଗୀତ ଆସର ଆରମ୍ଭ ହୋଇଛି । ଏହି ଉତ୍ସବ ୩ ଦିନ ଧରି ଚାଲିବାକୁ ଥିବାବେଳେ, ପ୍ରଥମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଉମରକୋଟ ତହସିଲଦାର ତଥା ଦେବୋତ୍ତର କମିଟି ର ସଭାପତି ଶ୍ରୀ ମଘବାନ ବାଘ ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ଶ୍ରୀରାମ ନାୟକ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ଅନୁଗୁଳିଆ,ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ,ପ୍ରାକ୍ତନ ଟୀକାକାରଣ ଅଧିକାରୀ କୁସୁମ ନାୟକ ଦେବୋତ୍ତର କମିଟି ର ସଭ୍ୟ ରଜତ ଶାନ୍ତ୍ରା, ଟୁଲୁ ସାହୁ, ବିଘ୍ନରାଜ ଶାନ୍ତ୍ରା ମନୋଜ ନାୟକ ପ୍ରମୁଖ ଯୋଗଦେଇଥିବାବେଳେ, ଗୁରୁକୃପା ଅନୁଷ୍ଠାନ ର ଡ଼କ୍ଟର ପଙ୍କଜ ମିଶ୍ର, ଶାନ୍ତିଲତା ମହାନ୍ତି, ଅଧ୍ୟକ୍ଷା ଜୟା ତ୍ରିପାଠୀ,ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଏହିଭଳି କାର୍ୟ୍ୟକ୍ରମ ଆୟୋଜନ କରାଯାଉଥିବା ଯୋଗୁଁ ଅନୁଷ୍ଠାନର ଉତ୍ତରତୋର ଉନ୍ନତି ଜଗନ୍ନାଥ ପ୍ରେମି ଙ୍କ ମଧ୍ୟରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହେବ ବୋଲି ଅତିଥି ମାନେ କହିଥିଲେ । ସେହିପରି ଏହିଭଳି କାର୍ୟ୍ୟକ୍ରମ ଆୟୋଜନ ପାଇଁ ଅନୁଷ୍ଠାନ ର ପରିଚାଳନା କମିଟି କୁ ମୁଖ୍ୟଅତିଥି ଉମରକୋଟ ତହସିଲଦାର ଶ୍ରୀ ମଘବାନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୁରୁ କୃପା ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ,ସମ୍ପାଦକ ଶ୍ରୀମତୀ ସାଗରିକା ପଟ୍ଟନାୟକ,ଗୁରୁକୃପା ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଜୟା ତ୍ରିପାଠୀ,ପ୍ରୋଗ୍ରାମ କୋଅର୍ଡିନେଟର ଇଂ. ଚନ୍ଦନା ମଲ୍ଲିକ ,ଅଧ୍ୟକ୍ଷା ବଚପନ୍ ଏ ପ୍ଲେ ସ୍କୁଲ ଶ୍ରୀମତୀ ଦୀପା ପାଲ , ଗୁରୁ କୃପା ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହୀ ଅଧ୍ୟକ୍ଷ ,ଗୁରୁକୃପା କଲେଜ ଅଫ୍ ମେଡିକାଲ ସାଇନ୍ସ୍ ,ଡ. ଦେବୀ ପ୍ରସାଦ କର ଶ୍ରୀ ସୁଧାଂଶୁ ଶେଖର ଟହଲ ,ଅଧ୍ୟକ୍ଷ,ଗୁରୁକୃପା ହାଇଏର ସେକେଣ୍ଡାରୀ ସ୍କୁଲ୍,ପଙ୍କଜ ମିଶ୍ର ଏବଂ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ୟ୍ୟକ୍ରମ କୁ ଗୁରୁକୃପା ମହାବିଦ୍ୟାଳୟର ଅଧ୍ୟାପିକା, ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପସଭାପତି ତଥା ଗୁରୁ କୃପା ଅନୁଷ୍ଠାନ ର ପ୍ରୋଗ୍ରାମ କୋଡିନେଟର ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ। ଉକ୍ତ କାର୍ୟ୍ୟକ୍ରମ ଗୁରୁକୃପା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ କର୍ମକର୍ତ୍ତା ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ କାର୍ୟ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା। । ଏହିଭଳି କାର୍ୟ୍ୟକ୍ରମ ପାଇଁ ସମ୍ମାନିତ ଅତିଥି ପ୍ରକ୍ତାନ ଟୀକା କରଣ ଅଧିକାରୀ ଶ୍ରୀମତୀ କୁସୁମ ନାୟକ ଆୟୋଜକ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀ ଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି, ଜନସାଧାରଣ ଏବଂ ଅଭିଭାବକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଗୁରୁକୃପା ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଭକ୍ତି ଆସର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







