The Ultimate Managed Hosting Platform
ADVERTISEMENT

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

Facebook
Twitter
LinkedIn

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ ବିର୍ଜାପୁରର ଅନୀତା ଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ସମସ୍ତେ ବାଗେଶ୍ବର ଧାମ ମହାରାଜଙ୍କୁ ଦର୍ଶନ ପାଇଁ ଆସି ଢାବାରେ ରହିଥିଲେ । ପ୍ରାୟ ରାତି ୩ଟଣ୍ଟ ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ହତାଠ କାନ୍ଥ ଭୁଶୁଡିଯିବାରୁ ସମସ୍ତେ ଚାପି ହୋଇଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକାମାନେ ଆସି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମା’ଙ୍କ ସହ ବାଗେଶ୍ୱର ଧାମକୁ ଆସିଥିବା ଦୁଇ ଝିଅ ଜିଲ୍ଲା ଡାକ୍ତରଖାନାରେ ଅସହ୍ୟ କାନ୍ଦୁଥିଲେ। ସେମାନେ କହିଥିଲେ ଯେ ସେମାନଙ୍କ ମା’ ନିଖୋଜ ଅଛନ୍ତି ଓ ଏହି ହଠାତ୍ ଦୁର୍ଘଟଣାରେ ସେମାନେ କାନ୍ଥ ତଳେ ପୋତି ହୋଇଯାଇଛନ୍ତି। ହସ୍ପିଟାଲ ପରିଚାଳନାକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସେଠାରେ ଚିକିତ୍ସିତ ହେଉଥିବା ଆହତମାନେ । ସେମାନେ କହିଛନ୍ତି କି, ଓଦାରେ ରହିଥିଲେ । ସେମାନଙ୍କୁ କମ୍ବଳ ଦିଆଯାଇନଥିଲା । କିଛି ଲୋରକଙ୍କ ଉପଯୁକ୍ତ ଜିକିତ୍ସା ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login