The Ultimate Managed Hosting Platform
ADVERTISEMENT

ବାଉନ୍ସ ହୋଇଗଲା ୨୨ କୋଟିର ଚେକ୍ ରାମ ମନ୍ଦିର ପାଇଁ ଆସିଥିଲା ଦାନ

Facebook
Twitter
LinkedIn

ଲକ୍ଷ୍ନୌ: ସମଗ୍ର ଦେଶରୁ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିର ନିମନ୍ତେ ଦାନର ସୁଅ ଛୁଟୁଛି । ଏଥିନିମନ୍ତେ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। ମାତ୍ର ଏବେ ଶୁଣିବାକୁ ମିଳୁଛି, ଟ୍ରଷ୍ଟ ନିକଟକୁ ଆସିଥିବା ପ୍ରାୟ ୧୫ ହଜାରଟି ଚେକ୍ ବାଉନ୍ସ ହୋଇ ଯାଇଛି। ଏହି ଚେକ୍‌ରେ ଥିବା ଧନରାଶିର ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କାରୁ ଅଧିକ ହେବ । ତେବେ ବାଉନ୍ସ ହେବା କାରଣରୁ ଏହା ଆକାଉଣ୍ଟକୁ ଆସି ପାରି ନ ଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି।

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ସୂଚନା ଜାରି ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କା ଦାନ ସୂତ୍ରରେ ମିଳି ସାରିଲାଣି। । ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରବନ୍ଧକ ପ୍ରକାଶ ଗୁପ୍ତାଙ୍କ କହିବା ମୁତାବକ, ଏପରି ଚେକ୍‌କୁ ଅଲଗା କରିବା ପାଇଁ ଏକ ଅଲଗା ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ବାଉନ୍ସ ହେଉଥିବା ଚେକ୍ ସମ୍ପର୍କରେ ଆମେ ସଠିକ୍ ସୂଚନା ପାଇପାରିବୁ।

ତେବେ ଚେକ୍‌ରେ ରହି ଯାଉଥିବା ବନାନଗତ ତ୍ରୁଟି, ତାଳମେଳ ରହୁ ନ ଥିବା ହସ୍ତାକ୍ଷର, କିମ୍ବା ଅନ୍ୟ ତ୍ରୁଟି ଯୋଗୁ ଏହା ବାଉନ୍ସ ହେଉଛି। ଏ ନେଇ ଛୋଟ ତ୍ରୁଟି ଯୋଗୁ ବାଉନ୍ସ ହେଉଥିବା ଚେକ୍‌କୁ ପୁଣି ଥରେ ବ୍ୟାଙ୍କରେ ଡିପୋଜିଟ କରାଯିବ। ଏଥିସହ ଆକାଉଣ୍ଟରେ ଆବଶ୍ୟକ ପରିମାଣର ଅର୍ଥ ରାଶି ନ ଥିବା ବି ଚେକ୍ ବାଉନ୍ସ ହେବାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ସୂଚନା ମୁତାବକ ଏ ଯାବତ ରାମ ମନ୍ଦିର ନିର୍ମାଣ ପାଇଁ ଲକ୍ଷେ ଟଙ୍କାରୁ ୫ ଲକ୍ଷ ପର‌୍ୟ୍ୟନ୍ତ ଦାନ ଦେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧, ୬୬୩ ରହିଛି। ଏହାବାଦ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୪୨୮ ଅଛି। ପ୍ରାୟ ୧୨୫ ଜଣ ୨୫ ଲକ୍ଷରୁ ୫୦ ଲକ୍ଷ ଓ ୧୨୭ ଜଣ ୫୦ ଲକ୍ଷରୁ ୧ କୋଟି ମଧ୍ୟରେ ଦାନ କରିଛନ୍ତି । ୧ କୋଟିରୁ ଅଧିକ ଟଙ୍କା ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୪ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର‌୍ୟ୍ୟାଳୟ ପ୍ରବନ୍ଧକଙ୍କ ସୂତ୍ରରୁ ମିଳିଥିବା ସୂଚନା ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ADVERTISEMENT
ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login