The Ultimate Managed Hosting Platform
ADVERTISEMENT

ବାଂଲାଦେଶରେ ସ୍ଥିତି ଅଣାୟତ୍ତ, ଆଜି ବନ୍ଦ ଡାକରା ଦେଇଛି ହସିନାଙ୍କ ଆୱାମୀ ଲିଟ ପାର୍ଟି

Facebook
Twitter
LinkedIn

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ପରେ ସାରା ଦେଶରେ ବ୍ୟାପକ ହିଂସା ଦେଖାଦେଇଛି । ୟୁନୁସ୍ ସରକାର ବିରୋଧରେ ହସିନାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ବାଂଲାଦେଶ ବନ୍ଦ ଡାକରା ଦେଇଛି ହସିନାଙ୍କ ଆୱମୀ ଲିଗ୍ ପାର୍ଟି । ମାନବତା ବିରୋଧୀ ଅପରାଧରେ ଗତକାଲି ଶେଖ୍ ହସିନାଙ୍କୁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହାପରେ ହସିନାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଦଣ୍ଡାଦେଶର ବିରୋଧ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାଳନା ଓ କିଛି ସ୍ଥାନରେ ଗୁଳି ଚାଳନା କରିଥିବା ସୂଚନା ମିଳିଛି । ଅଣାୟତ୍ତ ହୋଇପଡ଼ିଛି ବାଂଲାଦେଶ ରାଜଧାନୀ ଢାକାର ସ୍ଥିତି । ପୁଲିସର ଦମନ ଲୀଳା ଦେଖି ହସିନାଙ୍କ ସମର୍ଥକମାନେ ରାସ୍ତାପାଖ ଦୋକାନରେ ଲୁଚିଯିବାକୁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କୁ ଖୋଜିଖୋଜି ବାହାର କରିଛି । ଢାକାରେ ବିଶୃଙ୍ଖଳାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ପାଇଁ ୟୁନୁସ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସତ୍ତ୍ବେ ଆୱାମୀ ଲିଗ୍ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଆୱାମୀ ଲିଗ୍ ପାର୍ଟି ଆଜି ବାଂଲାଦେଶ ବନ୍ଦ ଡାକରା ଦେଇଛି । ୟୁନୁସ୍ ଇସ୍ତଫା ଦେବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ହସିନାଙ୍କ ସମର୍ଥକ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login