କେନ୍ଦୁଝର : ଧୀରେ ଧୀରେ ଖୋଲୁଛି ଗୁମର । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଅନ୍ୟ ସବୁ ବିଶ୍ୱବିଦ୍ୟାଳୟରେ ନିର୍ଯ୍ୟାତନା ଓ ଅସଦାଚରଣ ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ବର୍ତ୍ତମାନ କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟରେ ୧ ବର୍ଷ ପୂର୍ବରୁ ଗୁରୁ-ଶିଷ୍ୟ ପରମ୍ପରାରେ ଲାଗିଥିବା କଳଙ୍କ ଘଟଣା ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ୧ବର୍ଷ ପୂର୍ବେ ଧରଣୀଧର ବିଶ୍ଵ ବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ତାଙ୍କ ସରକାରୀ ବାସଭବନରେ ଜଣେ ଛାତ୍ରୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିବା ପରେ ଅଧ୍ୟାପକଙ୍କ ସହକାରୀ ବାସଭବନ ସମ୍ମୁଖରେ ଥିବା ହଷ୍ଟେଲ୍ ର ଛାତ୍ରମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ । ପରେ ସମ୍ପୃକ୍ତ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଛାତ୍ରମାନେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଘେରାଉ କରିଥିଲେ । ଏ ବିଷୟ ଜଣା ପଡ଼ିବା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ପଦବୀରୁ ବିହିଷ୍କୃତ କରିବା ସହ, ସମ୍ପୃକ୍ତ ଅଧ୍ୟାପକଙ୍କୁ ସରକାରୀ ବାସଭବନରୁ ତଡ଼ି ଦେଇଥିଲେ । ଏହାପରେ ବିଶ୍ଵବିଦ୍ୟାଳୟ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ହେଲେ, ସେ ଏହାପାଇଁ କୌଣସି ସନ୍ତୋଷଜନକ ଉତ୍ତର ନଦେବା କାରଣରୁ ତାଙ୍କୁ ଇଂରାଜୀ ବିଭାଗର ସଂଯୋଜକ ପଦରୁ ବହିଷ୍କାର କରାଯାଇଥିଲା । ଏ ସମ୍ପର୍କରେ ଛାତ୍ରମାନେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିଥିବା ଭିଡ଼ିଓ କ୍ଲିପିଙ୍ଗ, ଅଭିଯୋଗ ଆଦି ବିଶ୍ଵବିଦ୍ୟାଳୟ ତରଫରୁ ଗଠନ କରାଯାଇଥିବା ଆଇସିସି କୁ ହସ୍ତାନ୍ତର କରାଯାଇଥିଲା । ବିଗତ ୧ ବର୍ଷ ଧରି ଏ ସମ୍ପର୍କରେ ଆଇସିସି ତଦନ୍ତ ଜାରି ରଖିଥିବା କହିଛନ୍ତି ବିଶ୍ଵବିଦ୍ୟାଳୟର ଓଏସଡି ।
ବର୍ଷେ ତଳେ ଧରଣୀଧର ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଶିକ୍ଷକ, ଆଇସିସି କରୁଛି ତଦନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











