ଭୁବନେଶ୍ୱର : ବର୍ଷା ଓ ବିଜୁଳି, ଘଡଘଡି ନେଇ ରାଜ୍ୟର ୬ ଜିଲ୍ଲାକୁ ସତର୍କତା ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, କଟକ, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ । ପ୍ରବଳ ତାତିରୁ ଆଶ୍ୱସ୍ତି ପାଇଛନ୍ତି ଲୋକ ।
Views: 58