ଯାଜପୁର : ବରଗାଡି ସହ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଶଙ୍ଖାରିଢିଅ ନିକଟରେ ଘଟିଛି ଏଭଳି ଦୁଘଟଣା ଘଟିଛି । ବର ଗାଡ଼ିଟି ତେଲ ପକାଇବା ପାଇଁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ଥିବା ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ବ୍ୟକ୍ତି ଦୁଇ ଜଣଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏପଟେ ବର ଗାଡ଼ିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ପରେ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
Views: 35