ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ଖୁଣ୍ଟି । ଜାନୁୟାରୀ ୩ ତାରିଖ ଠାରୁ ୧୩ ତାରିଖ ପର୍ୟ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ । ବରଗଡ଼ ସହରର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମାଆ ସମଲେଶ୍ଵରୀ ପୀଠରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଂଚାର ପଡିଆରେ ପହଞ୍ଚିଥିଲା । ହାଟପଦା ସଂଚାର ପଡିଆ ଠାରେ ରାଜପୁରୋହିତଙ୍କ ପୂଜାର୍ଚ୍ଚନା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଏସପି ପ୍ରହଲ୍ଲାଦ ସାହାଇ ମୀନା, କଂସ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କଳାକାର ଭୁବନେଶ୍ବର ପ୍ରଧାନଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।
Views: 69