ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଦୁର୍ଘଟଣା । ମାଣା ଗାଁରେ ହିମସ୍ଖଳନ ଯୋଗୁଁ ୪୭ ଜଣ ଶ୍ରମିକ ବରଫରେ ଦବିଥିବା ଜଣାପଡିଛି । ୫୭ ଜଣ ଶ୍ରମିକ ହିମସ୍ଖଳନରେ ପୋତି ହୋଇଥିଲେ, ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । ହିମସ୍ଖଳନ ହେବା ପରେ ପ୍ରଶାସନ ଏବଂ ବିଆରଓ ଟିମ୍ ଘଟଣା ସ୍ଥଳକୁ ଯାଇଛି । ଏବେ ଆଇଟିବିପି ଏବଂ ଗଢ୍ୱାଲ ସ୍କାଇଟ ଟିମ୍ ଉଦ୍ଧାର କରୁଛନ୍ତି ।
ହିମସ୍ଖଳନ ହେବା ସମୟରେ ଘଟଣା ସ୍ଥଳରେ ଅନେକ ଶ୍ରମିକ କାମ କରୁଥିଲେ । ସମସ୍ତେ ବିଆରଓ ର କଣ୍ଟ୍ରାକ୍ଟରେ କାମ କରୁଥିବା ଠିକାଦାର ଶ୍ରମିକ ରହିଥିଲେ । ହିମସ୍ଖଳନ ଯୋଗୁଁ ସମସ୍ତେ ଏତେତେଣେ ଦୌଡିଥିଲେ । କିଛି ସଫଳ ହୋଇଥିବା ବେଳେ ଅନ୍ୟ ୫୭ ଜଣ ଦବିରହିଥିଲେ । ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି ।
Views: 27