ନୂଆଦିଲ୍ଲୀ : ଆଗକୁ ବିଶ୍ୱ ପାଇଁ ବଡ ବିପଦ ଆସୁଛି । ତୃତୀୟ ବିଶ୍ୱ ଯୁଦ୍ଧ ଆଡକୁ ମୁହାଁଉଛି ବିଶ୍ୱ ।ରୁଷ ୟୁକ୍ରେନ ଯୁଦ୍ଧକୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ୱ ନେତୃବୃନ୍ଦ ପଦକ୍ଷେପ ନ ନେଲେ ବିଶ୍ୱ ଭୟାନକ ବିପତ୍ତିର ସମ୍ମୁଖୀନ ହେବ । ରୁଷ ବିରୋଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବାଇଡେନ ଅନୁମୋଦନ ଦେଇଛନ୍ତି । ଏହାର ଦୁଇଦିନ ପରେ ୟୁକ୍ରେନର ଆତ୍ମଘାତୀ ପଦ କ୍ଷେପ ପୂରା ବିଶ୍ୱର ବିପଦ ବଢାଇ ଦେଇଛି । ରୁଷର କାରାଚେଭ ଉପରେ ଆମେରିକାରଦୂରଗାମୀ କ୍ଷେପଣାସ୍ତ୍ର ମାଡ ହୋଇଛି । ଏହା ପରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏକ ଜରୁରୀ ବୈଠକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୁଷ ନିଜର ସୁରକ୍ଷା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି । ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏପରି ପଦକ୍ଷେପ ଏକ ନୂଆ ଯୁଦ୍ଧର ଅୟମାରମ୍ଭ କରିଛି । ବାଇଡେନଙ୍କ ଏଭଳି ନିଷ୍ପତିରେ ୟୁରୋପୀୟ ରାଷ୍ଟ୍ରମାନେ ଆତଙ୍କିତ ହୋଇରହିଛନ୍ତି ।
Views: 75