ଭୁବନେଶ୍ୱର : ଆଗକୁ ଆହୁରି ବଢିବ ତାତି । ଆଗାମୀ ୧୩ ତାରିଖରୁ ଜାଳିବ । ମାର୍ଚ୍ଚରେ ଟପିବ ୪୦ ଡିଗ୍ରୀ ତାପମାତ୍ରା । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୧୩ ଓ ୧୪ ତାରିଖରେ ୬ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡା ବଲାଙ୍ଗୀର,ବୌଦ୍ଧ ଓ ସୋନପୁରରେ ଗ୍ରୀଷ୍ମଲହରୀ ନେଇ ଚେତାବନୀ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ଖରା ବଢ଼ୁଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ଏସଆରସି ।
Views: 23