ଭୁବନେଶ୍ୱର : ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଏଥର ରାଜ୍ୟର ସବୁ ରାଜପଥ ୪ ଲେନ୍ କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ରାଜପଥର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ପ୍ରଥମେ ରାଜଧାନୀ ଭୁବନେଶ୍ୱରରେ ସିଟି ରୋଡ୍ ପରିକଳ୍ପନା ହୋଇଛି । ଏଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର । ପୁରା ଓଡ଼ିଶାରେ ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର । ଆଗାମୀ ଦିନରେ ରାଜ୍ୟ ସବୁ ରାଜପଥ ୪ ଲେନ୍ ବିଶିଷ୍ଟ ହେବ । ମୋଟ ୭୭ ହଜାର କିଲୋମିଟର ରାସ୍ତା ତିଆରି ହେବ । ବ୍ରହ୍ମପୁର-ଜୟପୁର ରୋଡ୍ ୬ ଲେନ୍ ହେବ । ଶିଳ୍ପ ଅଞ୍ଚଳକୁ ୬ ଲେନ୍ ବିଶିଷ୍ଟ କରାଯିବ । କେନ୍ଦୁଝରର ଅର୍ଥନୈତିକ ବିକାଶ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହି କ୍ରମରେ କେନ୍ଦୁଝର ବଡବିଲ୍ରେ ରିଙ୍ଗ୍ ରୋଡ୍ ହେବ ।
Views: 22