ମାଲକାନଗିରି : ଭୁଶୁଡିଲା ମାଓଗଡ । ଗିରପ ହେଲେ ୧୩ ମାଓବାଦୀ । ଛତିଶଗଡ଼ ବିଜାପୁର ପୋଲିସ ୧୩ ମାଓବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଟିଫିନ ବୋମା, କଡ଼େକ୍ସ ତାର ଭଳି ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏମାନେ ଦୀର୍ଘ ଦିନ ଧରି ମାଓ ହିଂସାକାଣ୍ଡ ରେ ଜଡିତ ଥିଲେ । ଗିରଫ ୧୩ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଡିଆର୍ଜି, କୋବ୍ରା, ସିଆର୍ପିଏଫ୍ ବାହିନୀର ମିଳିତ ଅପରେସନ ବେଳେ ବିଜାପୁରର ବିଭିନ୍ନ ସ୍ଥାନରୁ ଏହି ସବୁ ମାଓବାଦୀ ଗିରଫ ହୋଇଛି । ଏହାସହିତ ସେମାନଙ୍କ ନିକଟରୁ କିଛି ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ।
Views: 28