ମହାରାଷ୍ଟ୍ର : ଫୁଟପାଥରେ ଶୋଇଥିବା ବେଳେ ମାଡିଗଲା ଡମ୍ଫର । ଏହି ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ର ପୁନେରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଫୁଟପାଥରେ ଝୁମ୍ପୁଡିରେ ଶୋଇଥିବା ବେଳେ ୯ ଜଣଙ୍କ ଉପରେ ମାଡି ଯାଇଥିଲା ଡମ୍ଫର । ଘଟଣାସ୍ଥଳରେ ୨ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ୱାଗୋଲିର କେସନନ୍ଦ ଫାଟା ପୁଲିସ ଷ୍ଟେସନ ସମ୍ମୁଖରେ ରାତି ପ୍ରାୟ ସାଢେ ୧୨ଟାରେ ଘଟିଥିଲା ଏହି ଦୁର୍ଘଟଣା । ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୁନେ ସିଟି ପୋଲିସ ।
Views: 32