The Ultimate Managed Hosting Platform
ADVERTISEMENT

ଆଜିଠୁ ଯୁକ୍ତ୨ ଇଣ୍ଟରନାଲ ଆସେସମେଣ୍ଟ, ୩୦ ଯାଏଁ ଚାଲିବ ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇଣ୍ଟରନାଲ ଆସେସମେଣ୍ଟଆରମ୍ଭ ହୋଇଛି । ଡିସେମ୍ବର ୩୦ ଯାଏ ହେବାକୁ ଥିବା ଆସେସମେଣ୍ଟ ୧୦ କିମ୍ବା ୨୦ ମାର୍କ ବିଶିଷ୍ଟ ରହିବ । ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଓ କରେସ୍ପୋଣ୍ଡେନ୍ସ ପାଠ୍ୟକ୍ରମର ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୧୦ ଓ ୨୦ ମାର୍କ ବିଶିଷ୍ଟ ପରୀକ୍ଷା କରାଯିବ। ଯାହାର ଅବଧି ୪୫ ମିନିଟ୍ ରଖାଯାଇଛି। ପ୍ରାକ୍ଟିକାଲ ତଥା ପ୍ରୋଜେକ୍ଟ ଥିବା ବିଷୟଗୁଡ଼ିକରେ ୨୦ ମାର୍କର ପରୀକ୍ଷା ହେବ ଏବଂ ସମୟ ଅବଧି ଦୁଇ ଘଣ୍ଟା ରହିବ। ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ଦିନରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବାକୁ ସିଏଚ୍ଏସ୍ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login