The Ultimate Managed Hosting Platform
ADVERTISEMENT

ଫିଲ୍ମ ରିଲିଜର ପ୍ରଥମ ଦିନରେ ୧୭୫ କୋଟି !

Facebook
Twitter
LinkedIn

ନୂଆଦିଲ୍ଲୀ : ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଏପର୍ୟ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଛି। ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ଆରଆରଆର ରିଲିଜର ପ୍ରଥମ ଦିନରେ ୧୫୬କୋଟି ଆୟ କରିଥିବା ବେଳେ ‘ପୁଷ୍ପା ୨: ଦି ରୁଲ୍’ ଏହାକୁ ଟପିଛି। ଫିଲ୍ମର ପ୍ରଦର୍ଶନକୁ ଦେଖି ଆଗକୁ ଫିଲ୍ମଟି ଇତିହାସ ରଚିବ ବୋଲି ଆଶା କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login