ମୁମ୍ବାଇ : ନିକଟରେ ’ପରମ ସୁନ୍ଦରୀ’ ଟ୍ରେଲର ରିଲିଜ୍ ହୋଇଛି । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଦମଦାର କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ । ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଟ୍ରେଲର ରିଲିଜ ପରେ ଦର୍ଶକ ଫିଲ୍ମ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି । ଏତିକି ନୁହେଁ ଏହାର ଦୁଇଟି ଗୀତ ମଧ୍ୟ ରିଲିଜ ହୋଇଛି । ଯାହା ବର୍ତ୍ତମାନ ଟ୍ରେଣ୍ଡ ଧରିଛି । ଦିଲ୍ଲୀର ମୁଣ୍ଡା ପରମ ସଚଦେବ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା । ପରମ ସଚଦେବ ଏବଂ ସୁନ୍ଦରୀଙ୍କ ଡ୍ୟାନ୍ସରୁ ଟ୍ରେଲରର ଆରମ୍ଭ ହୋଇଛି । କହିବାକୁ ଗଲେ ଏହି ଫିଲ୍ମଟି ରୋମାନ୍ସ, ଇମୋସନରେର ଗୋଟେ ଭରପୁର ପ୍ୟାକେଜ୍ । ଏହି ଟ୍ରେଲର ଦେଖିବା ପରେ ଜାହ୍ନବୀଙ୍କ ଉପରୁ ନଜର ହଟାଇବା କଷ୍ଟକର ହୋଇପଡିଛି । ସିଦ୍ଧାର୍ଥଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି ।
Views: 90











