ଥିବା ସବୁବେଳେ ହାତକୁ ହାତ ଧରି ମିଡିଆକୁ ପୋଜ ଦେଉଥିବା ଏହି କପଲଙ୍କ ବି-ଟାଉନ୍ରେ ଚର୍ଚ୍ଚା ପୁଣି ଥରେ ବଢିଛି। କିନ୍ତୁ ଏହି ଯୋଡ଼ି ନିଜ ସମ୍ପର୍କକୁ ନେଇ ପାଟି ଫିଟାଉ ନ ବେଳେ ଏବେ ଆଲିଆଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଚର୍ଚ୍ଚାକୁ ଆଣିଛି। ତେବେ ଆଲିଆଙ୍କ ଅପକମିଂ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲରକୁ ରଣବୀର ‘ସୁପର’ ବୋଲି କହିଥିବା ବେଳେ ଆଲିଆ ମଧ୍ୟ ସମସ୍ତଙ୍କ ସାମ୍ନାରେ କହିଛନ୍ତି- ‘ବେଷ୍ଟ ବୟଫ୍ରେଣ୍ଡ ଏଭର’

‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ଦେଖିବା ପରେ ଆଲିଆଙ୍କ ବୟଫ୍ରେଣ୍ଡ ରଣବୀର କପୁର ନିଜ ରିଆକ୍ସନ ଦେଇଛନ୍ତି। ଏପରିକି ଗାର୍ଲଫ୍ରେଣ୍ଡଙ୍କ ଫିଲ୍ମର ଖାସ ଅନ୍ଦାଜରେ ପ୍ରମୋସନ ବି କରିଛନ୍ତି। ଏପରିକି ଗଙ୍ଗୁବାଇ ଟ୍ରେଲର କିପରି ଲାଗିଲା ବୋଲି ସାମ୍ବାଦିକମାନେ ପଚାରିବାରୁ ରଣବୀର ଆଲିଆଙ୍କ ନମସ୍ତେ ପୋଜ ଦେଖାଇଲେ। ରଣବୀରଙ୍କ ଏହି ପୋଜ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫ୍ୟାନ୍ସଙ୍କ ସହ ଆଲିଆ ବି ରଣବୀରଙ୍କ ଏହି ଖାସ୍ ଅନ୍ଦାଜର ଦିବାନି ପାଲଟି ଯାଇଛନ୍ତି।ଏପରିକି ଆଲିଆ ନିଜର ଓ ରଣବୀରଙ୍କ ଏହି ଖାସ୍ ଅନ୍ଦାଜର ନମସ୍ତେ ଫଟୋକୁ ପୋଷ୍ଟ କରି ମୋ ‘ବେଷ୍ଟ ବୟଫ୍ରେଣ୍ଡ ଏଭର’ ଆୱାର୍ଡ ବି ଦେଇଦେଲେ। ଏହି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଏହି ଫିଲ୍ମ ଚଳିତ ମାସ ୨୫ ତାରିଖରେ ସିନେମା ଘରେ ରିଲିଜ ହେବ । ଏହି ଫିଲ୍ମରେ ଆଲିଆଙ୍କ ବାଦ ଅଜୟ ଦେବଗନ, ବିଜୟ ରାଜ ପ୍ରମୁଖ ଭୂମିକାରେ ନଜର ଆସିବେ











