The Ultimate Managed Hosting Platform
ADVERTISEMENT

ଫିକା ପଡ଼ିଲା ‘PS1’ ।

Facebook
Twitter
LinkedIn

ମୁମ୍ଵାଇ ୦୮।୧୦: ଗତ ସପ୍ତାହ ୩୦ ସେପ୍ଟେମ୍ବର ୨୦୨୨ରେ ରିଲିଜ୍‌ ହୋଇଥିବା ‘ପୋନିୟିନ୍ ସେଲଭାନ୍’ ପ୍ରଥମ ତିନି ଦିନରେ ବକ୍ସ ଅଫିସରେ ବିପୁଳ ମାତ୍ରାରେ କଲେକସନ୍‌ କରିଥିଲା। ଏହି ଉପନ୍ୟାସ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଥମ ଦିନରେ ୩୩.୧୫ କୋଟି ଟଙ୍କା କଲେକସନ୍‌ କରିଥିଲା। ଦ୍ୱିତୀୟ ଦିନରେ ଏହା ୩୦.୦୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ତୃତୀୟ ଦିନରେ ଏହି ଚଳଚ୍ଚିତ୍ର ୩୪.୯ କୋଟି ଟଙ୍କା କରିଥିଲା । ପ୍ରଥମ ତିନି ଦିନରେ ୧୦୦ କୋଟି ଟଙ୍କା ରୋଜଗାର କରିବା ପରେ ସୋମବାରଠାରୁ ଫିଲ୍ମର କଲେକ୍ସନ୍ ହ୍ରାସ ପାଇଛି ।

ସାଉଥର ବହୁ ପ୍ରତୀକ୍ଷିତ ଫିଲ୍ମ ପୋନିୟନ୍‌ ସେଲଭାନ୍‌ । ଭେଟେରାନ୍ ନିର୍ଦ୍ଦେଶକ ମଣି ରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ (PS1)ର ପ୍ରଥମ ଭାଗ ରିଲିଜ୍‌ ହୋଇଛି । ଯାହା ହଲ୍‌ରେ ଧମାଲ୍‌ କରିଥିଲା। କିନ୍ତୁ ତିନି ଦିନ ଧରି ଜବରଦସ୍ତ ରୋଜଗାର କରିବା ପରେ ଫିଲ୍ମଟି ବକ୍ସ ଅଫିସରେ ତଳକୁ ଖସି ଆସିଲା ପରି ମନେ ହେଉଛି। ଜଣାପଡୁଛି କି ସପ୍ତାହ ଶେଷରେ ଚଳଚ୍ଚିତ୍ରର କଲେକସନ୍‌ରେ ସାମାନ୍ୟ ହ୍ରାସ ଘଟିଥିଲା। ଯାହା କ୍ରମାଗତ ଭାବରେ ଆହୁରି ହ୍ରାସ ପାଉଛି। ଅର୍ଥାତ୍ ଆଜି ଅଷ୍ଟମ ଦିନରେ ‘ପିଏସ୍‌-୧’ ର କୌଣସି ଉନ୍ନତି ହୋଇନାହିଁ । ଆସନ୍ତୁ ଦେଖିବା ‘ପିଏସ୍‌-୧’ ର କଲେକସନ୍‌ ବିଷୟରେ…

ସାଉଥ୍‌ରୁ ବଲିଉଡ ପର୍ଯ୍ୟନ୍ତ କଳାକାରମାନଙ୍କ ଅଭିନୟରେ ସୁସଜ୍ଜିତ ଚଳଚ୍ଚିତ୍ର ‘ପିଏସ୍‌-୧’ ପୂର୍ବ ଦିନରେ ମାତ୍ର ୧୧.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏଥି ସହିତ, ଅଷ୍ଟମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମ ୯କୋଟି ଟଙ୍କା ବ୍ୟବସାୟ କରିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କହିବାକୁ ଗଲେ ମୋଟ୍‌ରୁ ସବୁ ହିସାବ କଲେ ୧୮୪.୬୦ କୋଟି କଲେକସନ୍‌ ହୋଇଛି। ତେବେ ୫୦୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରର ରୋଜଗାରରେ ଏପରି ହ୍ରାସ ଘଟିଥିବା କେହି ଆଶା କରିନଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login