ଖଲ୍ଲିକୋଟ : ବାହାଘର ପ୍ରୋସେସନ ବେଳେ ଛୁରାମାଡ । ଚଣ୍ଡୀପୀଠ ଗାଁରେ ପ୍ରୋସେସନ ବେଳେ ଗଣ୍ଡଗୋଳରୁ ଛୁରାମାଡ । ବିକ୍ରମପୁର ଗାଁରୁ ଆସିଥିବା ବରଯାତ୍ରୀ ଗଣ୍ଡଗୋଳରୁ ଛୁରାମାଡ । ଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ । ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା ।
ଛୁରାମାଡରେ ୩ ଜଣ ଆହତ ହୋଇଥିବା ବେଳେ, ଜଣେ ଗୁରୁତର ହୋଇ ପଡିଥିଲେ । ପରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବ ଶତ୍ରୁତାରୁ ଛୁରାମାଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 41











