The Ultimate Managed Hosting Platform
ADVERTISEMENT

ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ । ପ୍ରେମିକା ସହ ୪ ଜଣ ଅପହରଣକାରୀଙ୍କୁ ଧରିଲା କମିଶନରେଟ ପୁଲିସ । ପ୍ରେମିକାର ଘର ଝାରଖଣ୍ଡ । ଉଭୟ ଲିଭଇନରେ ରହୁଥିଲେ । ମାର୍ଚ୍ଚ ୩୧ ତାରିଖରେ ଖାରବେଳ ନଗର ଥାନାରେ ଝାରପଡ଼ାର ସୋମନାଥ ସ୍ୱାଇଁକୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଭଉଣୀ । ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ୩ ଟିମ୍ ଗଠନ କରିଥିଲା । ସ୍ପେଶିଆଲ ସ୍କ୍ୱାଡ, ଖାରବେଳ ନଗର ଓ ଜଟଣୀ ପୋଲିସ ଟିମ ଗଠନ କରଯାଇଥିଲା। କଲ୍ ଆସିଥିବା ନମ୍ୱରକୁ ଟ୍ରାକ କରିବା ପରେ ସୋମନାଥ ଖଣ୍ଡଗିରି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ସୋମନାଥକୁ ଉଦ୍ଧାର ପରେ ପ୍ରେମିକା ପ୍ରାପ୍ତି ଶର୍ମା ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଉଭୟ ସୋମନାଥ ଓ ପ୍ରାପ୍ତି ଖାରବେଳ ନଗରରେ ଏକ ଘର ଭଡ଼ା ନେଇ ଲିଭ୍ ଇନରେ ରହିଥିଲେ । ସୋମନାଥ ପ୍ରାପ୍ତିଙ୍କ ଚରିତ୍ର କୁ ସନ୍ଦେହ କରି ଝଗଡ଼ା କରିଥିଲେ । ପ୍ରାପ୍ତି ରାଗିଯାଇ ଖାରବେଳ ନଗରରେ ରହୁଥିବା ଭଡ଼ା ଘର ପାଖରୁ ଅପହରଣ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login