ନୂଆଦିଲ୍ଲୀ : ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ କୋହଲି । ଅବସରର ଗୋଟିଏ ଦି ପରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନର କୃଷ୍ଣ ନଗରୀରେ ପହଞ୍ଚିଥିଲେ । ସେଠାରେ ମହାରାଜଙ୍କ ଆଶୀର୍ବାଦ ନେବା ସହ ପ୍ରାୟ ୧୫ମିନିଟ ଧରି ଏକାନ୍ତରେ ମହାରାଜଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଦୁହେଁ ଆଶ୍ରମରେ ପ୍ରାୟ ୨ଘଣ୍ଟା ୨୦ମିନିଟ ସମୟ ବିତେଇଥିବା ବେଳେ ଆଶ୍ରମର ଭଲମନ୍ଦ ବୁଝିଥିଲେ । ପ୍ରେମାନନ୍ଦ ମହାରାଜଙ୍କୁ ଭେଟ କରି ସାରିବା ପରେ ବିରାଟ କୋହଲି ସକାଳ ୯.୪୦ରେ ବୃନ୍ଦାବନ ଛାଡିଥିଲେ। ଏହି ସମୟରେ, ବିରାଟ-ଅନୁଷ୍କା ମାସ୍କ ପିନ୍ଧି କାରରେ ବସିଥିଲେ। ପରେ ଦୁହେଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ବିରାଟ କୋହଲିଙ୍କର ଏହି କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିବା ବେଳେ ଏହା ତାଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା।ସୋମବାର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ଘୋଷଣା କରିବା ପରେ, ଆଜି ଏକ ଘରୋଇ ଟ୍ୟାକ୍ସି ଯୋଗେ ବୃନ୍ଦାବନରେ ପହଞ୍ଚିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ଏହି ସମୟରେ ସେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେଇଥିଲେ।
ପ୍ରେମାନନ୍ଦ ମହାରାଜାଙ୍କୁ ଭେଟିଲେ ବିରୁଷ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











