ତେଲକୋଇ : କରେଣ୍ଟ ଲାଗି ଶିଶୁପୁତ୍ର ସହ ମାର ଚାଲିଗଲା ଜୀବନ । ନୟାକୋଟ ଥାନା ବାଂଶପାଳ ଗାଁରେ ଘଟିଛି ଅଘଟଣ । ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ । ମଆଆ ପୁଅକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର । ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଥାନୀୟ ବାଂଶପାଳ ବଜାରର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ (୨୩). ଓ ୨ ବର୍ଷର ଶିଶୁପୁତ୍ର (ଶୁଭ୍ରଜିତ ବେହେରା) ଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଶାନ୍ତିଲତା ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଆଜି ସକାଳ ସାଢେ଼ ୧୦ଟା ବେଳେ କଳ୍ପନା ମହାକୁଡ଼ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରଟି ଲୁଗା ଶୁଖାଉଥିବା ତାର ସହିତ ରଷ୍ଟ ହୋଇ ବିଦୁତ୍ ସଂସ୍ପର୍ଶରେ ଲାଗିଯାଇଥିଲା। ଫଳରେ କଳ୍ପନାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ପାଖରେ ଥିବା ୨ ବର୍ଷର ଶିଶୁ ପୁତ୍ର ମାର ଚିତ୍କାର ଶୁଣି ମାଙ୍କୁ ଛୁଇଁଥିଲା। ଫଳରେ ଘଟଣା ସ୍ଥଳରେ ମା ଓ ଶିଶୁ ପୁତ୍ରର ମୃତ୍ୟ ଘଟିଥିଲା। ଏହି ସମୟରେ ଶାଶୂ ଶାନ୍ତିଲତା ପାଖକୁ ଯାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା।
କରେଣ୍ଟ ଲାଗି ଶିଶୁ ପୁତ୍ର ସହ ମାଆ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











