The Ultimate Managed Hosting Platform
ADVERTISEMENT

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବିରାଟ-ଅନୁଷ୍କା । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କେବଳ ନିଜର ପେସାଗତ ଜୀବନ ପାଇଁ ନୁହେଁ, ବରଂ ନିଜର ଆଧ୍ୟାତ୍ମିକ ଯାତ୍ରା ପାଇଁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ଏହି ଷ୍ଟାର ଦମ୍ପତି ବୃନ୍ଦାବନରେ ପହଞ୍ଚି ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସତସଙ୍ଗରେ ଯୋଗ ଦେଇଥିଲେ । ପୂର୍ବରୁ ମଧ୍ୟ ଅନେକ ଥର ବାବା ପ୍ରେମାନନ୍ଦ ମହାରାଜଙ୍କ ଶରାଣାପନ୍ନ ହୋଇଛନ୍ତି ଦମ୍ପତି । ଏଥର ଆଖିରେ ଲୁହ ଏବଂ ଖୁସି ନେଇ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି ବିରାଟ । ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିବା ସମୟରେ ଅନୁଷ୍କା ଶର୍ମା ବହୁତ ଭାବପ୍ରବଣ ଦେଖାଯାଉଥିବା ବେଳେ କୋହଲି ପ୍ରଶନ ଥିଲେ । ଉଭୟେ ଏକାଠି ମହାରାଜ ଜୀଙ୍କ ଆଶୀର୍ବାଦ ନେଇଥିଲେ। ଭଜନ ମାର୍ଗର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ, ପ୍ରେମାନନ୍ଦ ମହାରାଜ କୋହଲି ଏବଂ ଅନୁଷ୍କାଙ୍କୁ ସେମାନଙ୍କର କାର୍ୟ୍ୟକୁ “ଭଗବାନଙ୍କ ସେବା” ଭାବରେ ବିବେଚନା କରିବାକୁ କହିଥିଲେ । ପ୍ରେମାନନ୍ଦ ମହାରାଜ କୋହଲି ଏବଂ ଅନୁଷ୍କାଙ୍କୁ କହିଥିଲେ, “ତୁମର କାର୍ୟ୍ୟକ୍ଷେତ୍ରକୁ ଈଶ୍ୱରଙ୍କ ସେବା ଭାବରେ ବିବେଚନା କର, ଗମ୍ଭୀର ହୁଅ । ନମ୍ର ହୁଅ ଏବଂ ନାମ ପ୍ରଚୁର ଜପ କର ।” ଚଳିତ ବର୍ଷ ଏହି ଦମ୍ପତିଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login