ନୂଆଦିଲ୍ଲୀ : ଆଇପିଏଲ-୨୦୨୬ ଖେଳାଳି ନିଲାମରେ ଉଡୁଛି ଟଙ୍କା । ଅଷ୍ଟ୍ରେଲୀୟ ଅଲରାଉଣ୍ଟର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାକୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । ଆବୁଧାବିର ଏତିହାଦ ଆରେନାରେ ମିନି-ଅକ୍ସନ ଆରମ୍ଭ ହୋଇଛି । ୩୬୯ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୨୨୭ ଭାରତୀୟ ଏବଂ ୧୧୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ମୋଟ ୭୭ ଖେଳାଳିଙ୍କୁ ଚୂଡ଼ାନ୍ତ କରାଯାଇଛି । ଆଉ ଏମାନଙ୍କୁ ୧୦ଟି ଟିମରେ ମାତ୍ର ୭୭ ସ୍ଲଟ ଖାଲି ରହିଛନ୍ତି । ଏହି ଅକ୍ସନରେ କୋଲକତା ନାଇଟ ରାଇଡର୍ସ ପାଖରେ ଅଧିକ ଟଙ୍କା ରହିଛି । ୩ ଥର ଚାମ୍ପିଅନ ହୋଇଥିବା କୋଲକତା ପାଖରେ ୬୪.୩୦ କୋଟି ଟଙ୍କା ରହିଛି । ମିନି ଅକ୍ସନରେ କ୍ୟାମେରନ୍ ଗ୍ରୀନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟିରେ କିଣିଛି । ପୃଥ୍ୱୀ ଶ ଏବଂ ସରଫରାଜ ଖାନ ବିକ୍ରି ହୋଇନାହାନ୍ତି ।
ରବି ବିଷ୍ଣୋଇଙ୍କୁ ରାଜସ୍ଥାନ ରୟାଲ୍ସ ୭.୨୦ କୋଟି ଟଙ୍କାରେ କିଣିଛି । ଏହାପୂର୍ବରୁ ଲକ୍ଷ୍ନୌ ଏବଂ ପଞ୍ଜାବ ପାଇଁ ଖେଳିଛନ୍ତି ରବି ବିଷ୍ଣୋଇ । ମାଥିଶା ପଥିରାନାଙ୍କୁ କୋଲକତା ୧୮ କୋଟିରେ କିଣିଛି । ସେହିଭଳି ଭେଙ୍କଟେଶ ଆୟରଙ୍କୁ ୭ କୋଟିରେ ଆରସିବି କିଣିଛି । ନ୍ୟୁଜିଲାଣ୍ଡର ୱିକେଟ କିପର ଫିନ ଆଲେନଙ୍କୁ କୋଲକତା ୨ କୋଟିରେ କିଣିଛି ।
IPL -୨୦୨୬ କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











