ଭୁବନେଶ୍ୱର : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସପେଣ୍ଡ । ୧୮ ମାସ ପାଇଁ ସସପେଣ୍ଡ କଲା ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ । ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସସପେଣ୍ଡ । ପ୍ୟାରିସ ପାରାଅଲିମ୍ପିକ୍ସ ଆଉ ଖେଳି ପାରିବେନି ପ୍ରମୋଦ । ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ୟ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ । କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟ (CAS) ଭଗତଙ୍କୁ ୧୨ ମାସ ଭିତରେ ତିନି ଥର ଦୋଷୀ ପାଇଛନ୍ତି । ମାର୍ଚ୍ଚ ୧, ୨୦୨୪ରେ ଉଇଝର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କୁ ୧୨ ମାସ ମଧ୍ୟରେ ତିନି ଥର ଆଣ୍ଟି ଡୋପିଂ ନିୟମର ଉଲ୍ଲଙ୍ଘନ କରିଥିବା ଜାଣିବାକୁ ପାଇଛି । ସେପଟେ ୨୯ ଜୁଲାଇ ୨୦୨୪ରେ ସିଏଏସର ଆବେଦନ ଡିଭିଜନ ଭଗତଙ୍କ ଅପିଲ୍କୁ ଖାରଜ କରିଦେଇଥିଲା । ମାର୍ଚ୍ଚ ୧ରୁ ସିଏଏସର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଚଳିତବର୍ଷ ପ୍ରମୋଦ ପାରା ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିଅନଶିପରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ କଡା ଟକ୍କର ଦେଇ ପୁରୁଷ ସିଙ୍ଗଲ ଏସଏଲ୩ ଟାଇଟଲ ନିଜ ନାଁରେ କରିପାରିଥିଲେ ।
ପ୍ରମୋଦ ଭଗତ ସସପେଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











