ନବରଙ୍ଗପୁର : ନନ୍ଦାହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗାଁରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ୪ ଦିନରେ ୨ ମହିଳା ସମେତ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ । ଆଉ ୩ ଜଣ ଆକ୍ରାନ୍ତ ଥିବା ସୂଚନା ରହିଛି । ଗୁଣି ସନେ୍ଦହରେ ହସ୍ପିଟାଲ ଯାଉ ନ ଥିବାରୁ ବଢିଲା ଚିନ୍ତା । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ତେବେ ଏଡିଏମଓଙ୍କ କହିବା ଅନୁସାରେ, ଜଣେ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ।
Views: 70











